ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା

ନୂଆଦିଲ୍ଲୀ,(ଏସ୍ ନ୍ୟୁଜ): ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଏସଏସକେଏମ୍‌ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡାକ୍ତରମାନେ ତାଙ୍କୁ ୪୮ଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣରେ ରଖିବାକୁ କହିଥିବାବେଳେ ମମତା ବାରାମ୍ବାର ଅନୁରୋଧ କରିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି। ଡିସ୍‌ଚାର୍ଜ ସମୟରେ ତାଙ୍କୁ କେତେକ ସତର୍କତା ଅବଲମ୍ବନ କରିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି। ବିଶେଷ କରି ତାଙ୍କ ଚଳପ୍ରଚଳ ଉପରେ ସଂଯମତା ଅବଲମ୍ବନ ଲାଗି କହିଛନ୍ତି। ମମତା ହୁଇଲ ଚେୟାରରେ ବସି ଡାକ୍ତରଖାନାରୁ ବାହାରି ଘରେ ପହଞ୍ଚିଛନ୍ତି।