ପଦବୀ ପ୍ରତିଯୋଗିତା ଜାତି ନୁହେଁ ଯୋଗ୍ୟତା ଭିତ୍ତିରେ ହେଉ: ସୁପ୍ରିମକୋର୍ଟ-shaksi news

ନୂଆଦିଲ୍ଲୀ: ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିବା ଦରକାର। ହେଲେ ଏତେ ବି କଡାକଡି ହେବା ଠିକ୍ ନୁହେଁ। କାରଣ ଏଭଳି କହି କୌଣସି ମେଧାବୀ ଆଶାୟୀଙ୍କୁ ଅଣଦେଖା କରିହେବନି। ଶୁକ୍ରବାର ୟୁପିର ମହିଳା କନେଷ୍ଟବଳ ନିଯୁକ୍ତି ପ୍ରସଙ୍ଗରେ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି।

ଏନେଇ ଜଷ୍ଟିସ ଉଦୟ ଲଳିତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ଖାଲି ଥିବା ପଦବୀ ପୂରଣ କରିବା ବେଳେ ଯୋଗ୍ୟତା ଉପରେ ଧ୍ୟାନ ଦେବା ଦରକାର। ଯୋଗ୍ୟ ବ୍ୟକ୍ତି ମଧ୍ୟ ଜାତି ବଦଳରେ ନିଜ ଟ୍ୟାଲେଣ୍ଟ ଉପରେ ଫୋକସ କରିବା ଦରକାର। ଏପରିକି ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ କୌଣସି ପଦବୀ ପାଇଁ ପ୍ରତିଯୋଗିତା ହେବା ଦରକାର। ଏହି ପ୍ରତିଯୋଗିତା ଯୋଗ୍ୟତା ଭିତ୍ତିରେ ହେବା ଦରକାର। ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହିବା ଦରକାର। ହେଲେ ଏତେ ବି କଡାକଡି ହେବା ଠିକ୍ ନୁହେଁ।ଏଭଳି ହେଲେ ଯୋଗ୍ୟତା ଅଣଦେଖା ହୋଇ ରହିଯିବ।

ସେହିପରି ସାମ୍ପ୍ରଦାୟିକ ସଂରକ୍ଷଣ ହେଲେ ପ୍ରତ୍ୟେକ ବର୍ଗର ସଂରକ୍ଷଣ ସୀମିତ ରହିବ ବୋଲି ଜଷ୍ଟିସ ଭଟ୍ଟ କହିଛନ୍ତି। ତେଣୁ ଯେଉଁ ଚାକିରି ପାଇଁ ପରୀକ୍ଷା ଜରିଆରେ ପ୍ରତିଯୋଗିତା ହେଉଛି ସେ ସ୍ଥାନରେ ଏକମାତ୍ର ସର୍ତ୍ତ ଯୋଗ୍ୟତା ରହିବା ଦରକାର। ଜଷ୍ଟିସ୍ ଲଲିତ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବର୍ଗରେ ଏକ ଖାଲି ପଦବୀ ପୂରଣ କରିବାକୁ କମ୍ ଯୋଗ୍ୟ ପ୍ରାର୍ଥୀଙ୍କୁ ଅନୁମତି ଦିଆଯାଇପାରିବ ନାହିଁ। ତେଣୁ ସଂରକ୍ଷଣ ଆଳରେ ଯୋଗ୍ୟତାକୁ ଅଣଦେଖା କରିହେବନି ବୋଲି ସୁପ୍ରିମକୋର୍ଟ ମତ ବ୍ୟକ୍ତ କରିଛନ୍ତି ।