ସୋମବାରଠୁ ସଂସଦରେ ବସିବେ ଅମିତ ଶାହା

ନୂଆଦିଲ୍ଲୀ: ଏମ୍ସରୁ ଡିସ୍ଚାର୍ଜ ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା। ଆଉ ତିନି ଦିନ ଘରେ ବିଶ୍ରାମ ନେବାପରେ ସେ ସୋମବାରଠୁ ସଂସଦ ଅଧିବେଶନରେ ଭାଗନେବେ ବୋଲି ଜଣାପଡ଼ିଛି।

ଗତ ୧୩ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ ଶାହା। ୪ ଦିନର ସମ୍ପୁର୍ଣ୍ଣ ଡାକ୍ତରୀ ପରୀକ୍ଷା ପରେ ସେ ଆଜି ବାହାରିଛନ୍ତି। ପୂର୍ବରୁ ମଧ୍ୟ ସେ ପୋଷ୍ଟ କୋଭିଡ଼୍ ଟ୍ରିଟମେଣ୍ଟ ପାଇଁ ହସ୍ପିଟାଲ ଆସିଥିଲେ ଏବଂ ଅଗଷ୍ଟ ୩୦ ତାରିଖରେ ଡିସ୍ଚାର୍ଜ ହୋଇଥିଲେ। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ହେଁ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଶ୍ୱସନ କ୍ରିୟାରେ କଷ୍ଟ ଏବଂ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ। ଲଗାତାର ଗୋଟିଏ ମାସର ସମୟ ମଧ୍ୟରେ ସେ ୨ ଥର ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ନିକଟରେ ୧୪ ତାରିଖ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କୋଭିଡ଼ ନିୟମ ପାଳନ ପାଇଁ ସଦସ୍ୟଙ୍କୁ ଭାଗ ଭାଗ କରି ଅଲଗା ଅଲଗା ଗୃହରେ ବସାଯାଉଛି। ବିଶେଷ କରି ବରିଷ୍ଠ ସଦସ୍ୟଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।