ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ପରେ ଜିଓ ବଢ଼ାଇଲା ରିଚାର୍ଜ ପ୍ଲାନ, ୧ ଡିସେମ୍ବରରୁ ହେବ ଲାଗୁ

ନୂଆଦିଲ୍ଲୀ: ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ସେମାନଙ୍କର ରିଚାର୍ଜ ପ୍ଲାନ ବଢ଼ାଇ ଗ୍ରାହକଙ୍କୁ ଝଟକା ଦେଇଥିବାବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ରିଲାଏନ୍ସ ଜିଓ ଏହାର ପ୍ଲାନରେ ବୃଦ୍ଧି କରିବାକୁ ଯାଉଛି । ଜିଓ ଏହାର କିଛି ବିଶେଷ ପ୍ଲାନର ଦାମ ବଢ଼ାଇବାକୁ ଯାଉଛି । ଜିଓ ଏହାର କିଛି ଲୋକପ୍ରିୟ ପ୍ଲାନରେ ୪୮୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢ଼ାଇବାକୁ ଯାଉଛି । ନୂଆ ଦର ୧ ଡିସେମ୍ବରରୁ ଲାଗୁ ହେବ ।

1)୧୨୯ ଟଙ୍କା ପ୍ଲାନରେ ବୃଦ୍ଧି

୨୮ ଦିନର ବୈଧତା ସହ ୧୨୯ ଟଙ୍କାରେ ମିଳୁଥିବା ପ୍ଲାନରେ ବୃଦ୍ଧି ହୋଇଛି । ୧ ଡିସେମ୍ବର ଠାରୁ ଏହି ପ୍ଲାନ ପାଇଁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଅସୀମିତ କଲ, ୨ ଜିବି ଡାଟା ଏବ ୩୦୦ ଏସଏମଏସ ମିଳିବ ।

2)୧୪୯ ଟଙ୍କା ପ୍ଲାନ ହେଲା ୧୭୯ ଟଙ୍କା

୨୪ ଦିନର ବୈଧତା ସହ ୧୪୯ ଟଙ୍କାରେ ମିଳୁଥିବା ଏହି ପ୍ଲାନ ୧ ଡିସେମ୍ବର ଠାରୁ ୧୭୯ ଟଙ୍କା ହେବାକୁ ଯାଉଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ, ଦୈନିକ ୧ ଜିବି ଡାଟା ଏବଂ ଦୈନିକ ୧୦୦ ଏସଏମଏସ ମିଳିବ ।

3)୧୯୯ ଟଙ୍କା ପ୍ଲାନ ହେଲା ୨୩୯ ଟଙ୍କା

୨୮ ଦିନର ବୈଧତା ସହ ମିଳୁଥିବା ଏହି ପ୍ଲାନ ଏବେ ୨୩୯ ଟଙ୍କାରେ ମିଳିବ । ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ୧.୫ ଡାଟା ଏବଂ ଅସୀମିତ କଲିଂ, ପ୍ରତିଦିନ ୧୦୦ ଏସଏମଏସ ମିଳିବ ।

4)୨୪୯ ଟଙ୍କା ପ୍ଲାନ ହେଲା ୨୯୯ ଟଙ୍କା

୨୪୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳୁଥିଲା । ତେବେ ୧ ଡିସେମ୍ବର ଠାରୁ ଏହି ପ୍ଲାନ ମହଙ୍ଗା ହେବ ଗ୍ରାହକଙ୍କୁ ୨୪୯ ବଦଳରେ ଏହି ପ୍ଲାନ ପାଇଁ ୨୯୯ ଟଙ୍କା ଦେବାକୁ ପଡ଼ିବ ।

4)୩୯୯ ଟଙ୍କା ପ୍ଲ।।ନ

୫୬ ଦିନର ବୈଧତା ସହ ମିଳୁଥିବା ଏହି ପ୍ଲାନରେ ବୃଦ୍ଧି ହୋଇଛି ଏବେ ଏହା ୪୭୯ ଟଙ୍କାରେ ମିଳିବ । ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା, ଅନଲିମିଟେଡ କଲିଂ ସହ ପ୍ରତିଦିନ ୧୦୦ ଏସଏମଏସ ମିଳିବ ।

5)୪୪୪ ଟଙ୍କା ପ୍ଲାନରେ ବୃଦ୍ଧି

ଏହି ପ୍ଲାନରେ ଗ୍ରାହକଙ୍କୁ ୫୬ ଦିନର ବୈଧତା ସହ ପ୍ରତିଦିନ ୨ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳିଥାଏ । ତେବେ ୧ ଡିସେମ୍ବର ଠାରୁ ଗ୍ରାହକଙ୍କୁ ଏହି ପ୍ଲାନ ପାଇଁ ୫୩୩ ଟଙ୍କା ଦେବାକୁ ପଡ଼ିବ ।

6)୩୨୯ ଟଙ୍କା ପ୍ୟାକ୍ ହେଲା ୩୯୫ ଟଙ୍କା

୮୪ ଦିନର ବୈଧତା ସହ ମିଳୁଥିବା ଏହି ପ୍ୟାକ ୧ ଡିସେମ୍ବର ଠାରୁ ୩୯୫ ଟଙ୍କା ହେବାକୁ ଯାଉଛି । ପ୍ଳାନରେ ଗ୍ରାହକଙ୍କୁ ୮୪ ଦିନ ପାଇଁ ସମୁଦାୟ ୬ ଜିବି ଡାଟା, ଅସୀମିତ କଲିଂ, ଏବଂ ୧୦୦୦ ଏସଏମଏସ ମିଳିବ ।

7)୫୫୫ ଟଙ୍କା ପ୍ଲାନ ହେଲା ୬୬୬ ଟଙ୍କା

୮୪ ଦିନର ବୈଧତା ସହ ମିଳୁଥିବା ସବୁଠାରୁ ଲୋକପ୍ରିୟ ପ୍ଲାନ ମଧ୍ୟ ବଢ଼ିଛି । ଏବେ ଏହା ୬୬୬ ଟଙ୍କା ହେବାକୁ ଯାଉଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ ସହ ଦୈନିକ ୧.୫ ଜିବି ଡାଟା ସହ ୧୦୦ ଏସଏମଏସ ମିଳିଥାଏ ।