କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ବ୍ରହ୍ମପୁର ଥାନାର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଓ ଗଞ୍ଜାମର ୩ଟି ସ୍ଥାନରେ ରେଡ୍ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ଟଙ୍କା ଜବତ ହୋଇଛି । ଏହି ଚଢ଼ାଉରେ ଜଣେ ଭିଜିଲାନ୍ସ ଅତିରିକ୍ତ ଏସପି, ୨ ଜଣ ଡିଏସପି ସାମିଲ ରହିଛନ୍ତି । ରେଡ୍ କରିବାରେ ୫ଜଣ ଇନ୍ସପେକ୍ଟର୍ ମଧ୍ୟ ସାମିଲ ରହିଛନ୍ତି ।