ଭାରତୀୟ ଡାକ୍ତରଙ୍କ ନିପୁଣତା ଓ ନବାଚାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୯୦ ସେକେଣ୍ଡ ମଧ୍ୟରେ ଏକ ଭୃଣର ଅଙ୍ଗୁର ଆକାର ହୃଦୟରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଥିବା ଭାରତୀୟ ଡାକ୍ତରମାନଙ୍କ ନିପୁଣତା ଓ ନବାଚାରକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତର ଡାକ୍ତରମାନଙ୍କ ନିପୁଣତା ଓ ନବାଚାର ପାଇଁ ଗର୍ବିତ ।”