ରାୟପୁର ଦିନିକିଆ: ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ହରାଇଲା ଭାରତ

ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ଆଗ୍ରହ ପ୍ରକାଶ କରିଥିଲା…

ନୂଆଦିଲ୍ଲୀ: ରାୟପୁରରେ ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଭାରତ ସପକ୍ଷରେ ଯାଇଛି । ଭାରତ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିବା ସହିତ ସିରିଜ କବ୍‌ଜା କରିଛି । ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା । ଟିମ୍‌ ଇଣ୍ଡିଆର ଚମକ୍ରାର ବୋଲିଂ ନ୍ୟୁଜିଲାଣ୍ଡକୁ ୧୦୮ ରନ୍‌ ଭିତରେ ବାନ୍ଧି ଦେଇଥିଲା । ଭାରତର ବୋଲର ମହମ୍ମଦ ଶାମୀଙ୍କୁ ତିନୋଟି, ହାର୍ଦ୍ଦିକ ପାଣ୍ଡ୍ୟା ଓ ୱାଶିଂଟନ୍‌ ସୁନ୍ଦରଙ୍କୁ ଦୁଇଟି ଲେଖାଏଁ ୱିକେଟ୍‌ ମିଳିଥିଲା ।

ବିଜୟ ପାଇଁ ୧୦୯ ରନ୍‌ ପିଛା କରି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଧୂଅାଁଧାର ପାଳି ଖେଳିଛନ୍ତି । ରୋହିତ ଶର୍ମାଙ୍କ ୫୧ ଓ ଶୁଭମନ ଗିଲଙ୍କ ୪୦ ରନ୍‌ ବଳରେ ଭାରତ ସହଜ ବିଜୟ ଲାଭ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦୁଇଟି ଦିନିକିଆ ଜିତି ସିରିଜକୁ ହାତେଇ ନେଇଛି । ସୂଚନା ମୁତାବକ, ନ୍ୟୁଜିଲାଣ୍ଡ ୩୪.୩ ଓଭରରେ ସବୁ ୱିକେଟ ହରାଇ ୧୦୮ ରନ୍‌ କରିଥିଲା । ଜବାବରେ ଭାରତ ୨୦.୧ ଓଭରରେ ଦୁଇଟି ୱିକେଟ୍‌ ହରାଇ ବିଜୟ ସୂଚକ ୧୧୧ ରନ୍‌ କରିଥିଲା । ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ଆଗ୍ରହ ପ୍ରକାଶ କରିଥିଲା ।