ବୋଲେରୋ-ଟ୍ରକ ମୁହାଁମୁହିଁ : ଘଟଣାସ୍ଥଳରେ ୩ ମୃତ

ବଲାଙ୍ଗୀର : ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ବୋଲେରୋ ଓ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ସୁନ୍ଦରଗଡ ଖଣ୍ଡାଧାରକୁ ବଣ ଭୋଜି ସାରି ଫେରୁଥିବାବେଳେ ରଣ୍ଡାଛକ ଠାରେ ବୋଲେରକୁ ପିଟିଥିଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବଲାଙ୍ଗୀର ପୋଲିସ ପହଂଚି ତଦନ୍ତ ଚଳାଇଥିବା ଜଣାପଡିଛି ।