ଟ୍ରକ୍‌ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ଜଳେଶ୍ୱର : ବାଇକକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଅଲାଲପୁର ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଲେଶ୍ୱର ଆଡୁ ଆସୁଥିବା ଏକ ବାଇକକୁ ଜୁସ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଥିଲେ । ମୃତ ବାଇକ ଆରୋହୀ ବାଲେଶ୍ୱର ରସଲପୁର ଅଞ୍ଚଳର ବୋଲି ଜଣାପଡିଛି ।ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।