ନବୀନ କୋଡ଼ନ୍ତି ଯେତେ ମାଡ଼ନ୍ତି ସେତେ

ଦେଶୀ ବିହନ ନିକଟରେ ଦୈବ ଦୁର୍ବିପାକ ସହିତ ଲଢ଼ିବା ପାଇଁ..

ଭୁବନେଶ୍ୱର,(ସା କ୍ ସୀ ନ୍ୟୁଜ୍): ଚାଷ ଓ ଚାଷୀଙ୍କ ପ୍ରତି ଦରଦ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରୁ ବିହନ ସଂରକ୍ଷଣ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି । ପାରମ୍ପରିକ ବିହନ ପ୍ରତି ସରକାରଙ୍କ ମନରେ ଯଦି ଏଭଳି ମନୋଭାବ ଥିଲା, ତେବେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଜିନ୍‌ ବ୍ୟାଙ୍କ ପ୍ରତିଷ୍ଠା କରିବା ଦରକାର ନଥିଲା । ନୂଆ ବିହନ ସୃଷ୍ଟି ପଛରେ ପୁରୁୂଣା ବିହନ ସଂରକ୍ଷଣ ଜରୁରୀ।

ଦେଶୀ ବିହନ ନିକଟରେ ଦୈବ ଦୁର୍ବିପାକ ସହିତ ଲଢ଼ିବା ପାଇଁ ଯାବତୀୟ ଔଷଧୀୟ ଶକ୍ତି ଭରପୁର ରହିଥାଏ । ମରୁଡ଼ି, ବାତ୍ୟା, ଲୁଣିପାଣିକୁ ମୁକାବିଲା କରିବାର ଶକ୍ତି ଦେଶୀ ବିହନ ପାଖରେ ଥାଏ । ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ଓ ବିଦେଶୀ ଗବେଷଣା ସଂସ୍ଥାର ଗବେଷକମାନେ ଓଡ଼ିଶାର ନିପଟ ମଫସଲକୁ ଯାଇ ସେଠାକାର ଚାଷୀଙ୍କଠାରୁ ଦେଶୀ ବିହନ ସଂଗ୍ରହ କରି ପରୀକ୍ଷାଗାରରେ ବିକଶିତ କରୁଛନ୍ତି । ଦେଶୀ ବିହନକୁ ବିକଶିତ କରି ନୂତନ ବିହନକୁ ନୂତନ ନାମକରଣ କରି ତାହାକୁ ବଜାରକୁ ଛାଡ଼ି କୋଟିକୋଟି ଟଙ୍କା ଆୟ କରୁଛନ୍ତି । କିନ୍ତୁ ଆମର ଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ହାତକୁ କାଳିଆ ଟଙ୍କା ଧରାଇ ଆଦର୍ଶ ବୋଲାଉଛନ୍ତି।

ସେହିପରି,ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ବିହନ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଥିଲା ୨୦୧୧ ମସିହାରେ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦୦ ପ୍ରକାର ଦେଶୀ ବିହନ ସଂଗ୍ରହ କରାଯାଇଥିଲା । ଚାଷୀଙ୍କ ମନରେ ନୂଆ ଆଶା ସୃଷ୍ଟି କରାଗଲା । ମାତ୍ର କିଛିବର୍ଷର ବ୍ୟବଧାନ ପରେ ବିହନ ସଂରକ୍ଷଣକୁ ଅବହେଳା କରିବା ଚାଷୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି । ସଂରକ୍ଷିତ ବିହନକୁ ଚାଷୀଙ୍କ କାମରେ ନିୟୋଜିତ କରାଯାଉନି।

ବାତ୍ୟା ପରେପରେ ଚାଷୀଙ୍କୁ ଲଘୁ ଧାନ ବିହନ ଯୋଗାଇବା ଜରୁରୀ ଥିଲା । କିନ୍ତୁ ସରକାର କାଳିଆ ଟଙ୍କା ଓ ମାଗଣା ଚାଉଳ ଧରାଇ ଚୁପ୍‌ ରହିଗଲେ । ଏ ସଂପର୍କରେ ପଦ୍ମଶ୍ରୀ ସାବରମତି କହିଛନ୍ତି, ଚକଡ଼ା ପୋକ ଚାଷୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା ବେଳେ ଦେଶୀ ବିହନ ବଂଚିବାର ବାଟ ଦେଖାଇଥିଲା । ପରିବର୍ତନଶୀଳ ଜଳବାୟୁ ସହିତ ଖାପ ଖୁଆଇ ଚଳିବାର ତାକତ୍‌ କେବଳ ଦେଶୀ ବିହନ ନିକଟରେ ରହିଛି । ବିହନ ସଂରକ୍ଷଣ ପ୍ରକ୍ରିୟା ଚାଲୁ ନକଲେ, ପୂର୍ବଜଙ୍କ ପରିଶ୍ରମ ମାଟିରେ ମିଶିବ।