ପୁରୀରେ ହେବ ଗ୍ରୀନ ଫିଲ୍ଡ଼ ଏୟାରପୋର୍ଟ

ଝାରସୁଗୁଡ଼ା: ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରକାଶ କରିଛନ୍ତି । ଝାରସୁଗୁଡ଼ାରେ ଉଡାଣ ଯୋଜନାରେ ପ୍ରତିଷ୍ଠିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଦେଶରେ ଶ୍ରେଷ୍ଠତ୍ୱ ହାସଲ କରିଛି । ଝାରସୁଗୁଡ଼ା ବିମାନବନ୍ଦର ପାଇଁ ୭୫ କୋଟି ଟଙ୍କା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବା ରାଜ୍ୟ ସରକାରଙ୍କୁ ମଧ୍ୟ ଶ୍ରୀ ସିନ୍ଧିଆ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଜୟପୁର ଓ ଉତ୍‌କେଲା ବିମାନବନ୍ଦର ପାଇଁ ଯେତେ ଶୀଘ୍ର ପ୍ରସ୍ତାବ ଦେବେ ସେତେ ଶୀଘ୍ର ଅନୁମତି ଦେବେ ବୋଲି କହିଥିଲେ । ପୁରୀଠାରେ ଗ୍ରୀନ ଫିଲଡ଼ ଏୟାରପୋର୍ଟ ପାଇଁ ମନ୍ତ୍ରଣାଳୟ ଅନୁମତି ଦେଇସାରିଛନ୍ତି ।

ଜୟପୁର ଓ ଉତକେଲା ବିମାନବନ୍ଦର ପାଇଁ ପ୍ରସ୍ତାବ ଦିଅଯାଉ । ଝାରସୁଗୁଡ଼ା ବିମାନବନ୍ଦର ପ୍ରଥମ ଫେଜରେ ଉନ୍ନତି ସାରିଯାଇଛି । ରାଜ୍ୟ ସରକାର ତୁରନ୍ତ ଆଉ ୧୮୦ ଏକର ଜମି ଦେଲେ ଦିତୀୟ ଫେଜ ଉନ୍ନତି ପାଇଁ ବିମାନ ବନ୍ଦର ପ୍ରାଧିକରଣ କାମ ଆରମ୍ଭ କରିବା ବୋଲି ମନ୍ତ୍ରୀ କହିଥିଲେ । ଏହି ସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବା ବେଳେ ଆଗକୁ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ ।