ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ,ଚିନ୍ତିତ ହେବାର ଆବଶ୍ୟକ ନାହିଁ କହିଲେ ବୋର୍ଡ ସଭାପତି

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାର ଇତିହାସ ଏବଂ ଭୁଗୋଳର ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କଥା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ପରିଷଦର ସଭାପତି ରାମାଶିଷ ହାଜାର ଏ ବିଷୟରେ ଛାତ୍ରଛାତ୍ରୀଙ୍କୁ ବ୍ୟସ୍ତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆଉଥରେ ପରୀକ୍ଷା କରାଯିବ ନାହିଁ । ମୂଲ୍ୟାୟନ (ମାର୍କ ଦିଆଯିବା ସମୟ)ରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଗୋଟିଏ ସେଟ୍‌ ପ୍ରଶ୍ନପତ୍ରରେ ଏହି ମୁଦ୍ରଣ ଜନିତ ତ୍ରୁଟି ଆସିଥିଲା । ଏଥିପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ ନହେବା ପାଇଁ କୁହାଯାଇଛି । ତେବେ କେଉଁ ପରିସ୍ଥିତିରେ ଏହି ମୁଦ୍ରଣ ଜନିତ ତ୍ରୁଟି ହେଲା ପରିଷଦ ସେ ବିଷୟରେ ତଦନ୍ତ କରିବ । ଆଗକୁ ଏପରି ତ୍ରୁଟି ପାଇଁ ସତର୍କ ଏବଂ ଯତ୍ନବାନ ହେବେ ବୋଲି ସେ ସୂଚନା ଦେଇଛନ୍ତି ।