ସେରମ୍ ଇନଷ୍ଟିଚ୍ୟୁଟ ବିଲ୍ଡିଂରେ ଲାଗିଲା ନିଆଁ

ପୁଣେ(ଏସ୍ ନ୍ୟୁଜ): ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ନୂଆ ପ୍ଲାଣ୍ଟରେ ଲାଗିଗଲା ନିଆଁ । ବିଲ୍ଡିଂର ୨ୟ ମହାଲାରେ ନିଆଁ ଲାଗିଛି ବୋଲି ସୂଚନା ମିଳିଛି । ବିସିଜି ଟିକା ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଏହି ଅଗ୍ନିକାଣ୍ଡ । ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହେଉଛି କରୋନା ଟିକା । ଦମକଳ ବିଭାଗର୧୦ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।