କେକେଆର ଜବରଦସ୍ତ ଇନିଂସ ଖେଳିଥିଲେ ମଧ୍ୟ ମ୍ୟାଚ ଜିତିଲା ଚେନ୍ନାଇ

ମୁମ୍ବାଇ,ତା୨୧/୦୪: ବୁଧବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଗତକାଲି ଟସ୍ ଜିତି କୋଲକାତା ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଫାଫ୍ ଡୁପ୍ଲେସିସ୍ ଓ ଋତୁରାଜ ଗାଏକ୍ୱାଡଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ଏଠାରେ ଖେଳାଯାଉଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନର ବିଶାଳ ସ୍କୋରର ଟାର୍ଗେଟ ରଖିଥିଲା। ହେଲେ ଚେନ୍ନାଇକୁ ଏହି ମ୍ୟାଚ ଜିତିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା।

କୋଲକାତା ଆରମ୍ଭରୁ ଜବରଦସ୍ତ ଇନିଂସ ଖେଳିଥିଲେ ମଧ୍ୟ ୧୯.୧ ଓଭରରେ ୨୦୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କୋଲକାତା ପକ୍ଷରୁ ପ୍ୟାଟ୍ କୁମିନ୍ସ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୪ ବଲରେ ଚାରୋଟି ଚୌକା ଓ ଛଅଟି ଛକା ମାରି ୬୬ ରନ୍ କରି ଅପରାଜିତ ରହିଥିଲେ।
କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପର କିଙ୍ଗସ ୧୮ ରନରେ ପରାସ୍ତ କରିଛି। କୋଲକାତା ବିପକ୍ଷରେ ସିଏସକେ ବିଜୟୀ ହେବା ପରେ ଚଳିତ ଆଇପିଏଲରେ ଏହା ତୃତୀୟ କ୍ରମାଗତ ବିଜୟ। ଚେନ୍ନାଇ ବିପକ୍ଷରେ ଫାପ୍ ଡୁପ୍ଲେସି ୯୫ ରନ୍ କରି ଅପରାଜିତ ରହିଥିବା ବେଳେ ଦୀପକ ଚହର ୪ଟି ଓ୍ୱିକେଟ ନେଇଥିଲେ। ଯାହାକି ଦଳକୁ ବିଜୟୀ ହେବାରେ ସହାୟକ ହୋଇଛି।