ଟ୍ରମ୍ପଙ୍କ ନୂଆ ସୋସିଆଲ ମିଡିଆ ଆପ ଲଞ୍ଚ

ୱାସିଂଟନ : ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୀର୍ଘ ଦିନ ହେଲା ଫେସବୁକ ଓ ଟ୍ୱିଟର ବ୍ୟାନ କରି ରଖିଛନ୍ତି । ଏହାକୁ ନେଇ ଟ୍ରମ୍ପଙ୍କ ସମର୍ଥକ ବିକଳ୍ପ ଖୋଜି ବାହାର କରିଛନ୍ତି । ଟ୍ରମ୍ପଙ୍କ ଟିମ ଗୋଟିଏ ସୋସିଆଲ ମିଡିଆ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛି । ଟ୍ରମ୍ପଙ୍କ ପୂର୍ବତନ ପରାମର୍ଶଦାତା ଜେସନ ମିଲର ଟ୍ୱିଟର ଭଳି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ତେବେ ଟ୍ରମ୍ପ ଏଥିରେ ନିଜର ଆକାଉଣ୍ଟ ଖୋଲିନାହାନ୍ତି । ଗେଟର ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍‌? ଷ୍ଟୋରରେ ମାଗଣାରେ ଡାଉନଲୋଡ୍‌? ପାଇଁ ଉପଲବ୍ଧ ହୋଇଛି । ୧୭ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକେ ଏହି ଆପକୁ ବ୍ୟବହାର କରିପାରିବେ ।