ଆଇପିଏଲ୍‌ରେ ରାଜସ୍ଥାନର ପରାସ୍ତ ସନ୍‌ରାଇଜର୍ସର ୨ୟ ବିଜୟ

ଦୁବାଇ: ଚଳିତ ଆଇପିଏଲ୍‌ରେ ସୋମବାର ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦରାବାଦ ଦଳ । ରାଜସ୍ଥାନ ରୟାଲ୍‌ସକୁ ୭ ୱିକେଟରେ ସନ୍‌ରାଇଜର୍ସ ପରାସ୍ତ କରିଛି। ଦୁଇ ପୂର୍ବତନ ଚମ୍ପିଆନ୍‌ଙ୍କ ଏହି ମୁକାବିଲାରେ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ବିସ୍ଫୋରକ ୮୨ ରନ୍‌ ବଳ​‌େ​‌ର ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍‌ସ ୫ ୱିକେଟରେ ୧୬୪ ରନ୍ କରିଥିଲା। ପରେ ଜେସନ୍‌ରୟ ଓ କେନ୍ ୱିଲିୟମ୍‌ସନଙ୍କ ଅର୍ଦ୍ଧଶତକ ବଳରେ ସନ୍‌ରାଇଜର୍ସ ୧୮.୩ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ୧୦ମ ମ୍ୟାଚ୍‌ରେ ୨ୟ ବିଜୟ ପରେ ସନ୍‌ରାଇଜର୍ସ ଅନ୍ତିମ ସ୍ଥାନରେ ରହିଛି। ତେବେ ୧୦ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ପରେ ରାଜସ୍ଥାନ ଚିନ୍ତାରେ ପଡ଼ିଯାଇଛି।