ରୂପାରେ ଝଲସିବ ଶ୍ରୀମନ୍ଦିର ବେଢା

ପୁରୀ : ରୂପାରେ ଝଲସିବ ଶ୍ରୀମନ୍ଦିର ବେଢା । ଶ୍ରୀମନ୍ଦିର ଭିତରେ ଥିବା ୭ଟି ଦ୍ୱାରର ରୂପା ଛାଉଣୀ ସରିଥିବା ବେଳେ ଏବେ ଭିତରେ ଥିବା ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାର ରୂପାରେ ଝଲସିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜନୈକ ଦାତା ସୂର୍ଯ୍ୟ ମନ୍ଦିର ଦ୍ୱାରର ରୂପା ଛାଉଣୀ ପାଇଁ ପ୍ରାୟ ୧୧୫ କିଲୋ ରୂପା ଦାନ କରିବେ ।

ବର୍ମାଟିକ କାଠରେ ଏହି ଦ୍ୱାର ତିଆରି ସହ ରୂପାଛାଉଣୀ ପାଇଁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ତେବେ ଶ୍ରୀମନ୍ଦିରର ସୈନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ସେବାୟତ । କଲିକତାର ଜଣେ ଭକ୍ତ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଦ୍ୱାରର ରୂପା ଛାଉଣୀ ପାଇଁ ରୂପା ଦାନ କରିବେ । ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାର ରୂପା ଛାଉଣୀର ଡିଜାଇନ୍‌ ଏବଂ ନିର୍ମାଣ ଦାୟିତ୍ୱ ଏକ ପ୍ରତିଷ୍ଠିତ ଜୁଏଲାରୀ ସଂସ୍ଥାକୁ ଦିଆଯାଇଛି ।