ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(ଏସ୍ ନ୍ୟୁଜ): ଆଜି ସମଗ୍ର ଭାରତବର୍ଷରେ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ୩୬୦୦ କେନ୍ଦ୍ରରେ ଟିକାକରଣର ଉଦ୍ଘାଟନ କରିଛନ୍ତି । ଟିକାକରଣ ଶୁଭାରମ୍ଭ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, କରୋନା ଲଢ଼େଇରେ ଆଜି ହେଉଛି ଏକ ଐତିହାସିକ ମୁହୂର୍ତ୍ତ । ବହୁ ପରିଶ୍ରମ ପରେ ଦେଶର ବୈଜ୍ଞାନିକମାନେ ଏହି ଟିକା ପ୍ରସ୍ତୁତ କରିଛନ୍ତି । କମ ସମୟ ମଧ୍ୟରେ ଦେଶର ବୈଜ୍ଞାନିକମାନେ କୋଭିସିଲ୍ଡ ଓ କୋଭାକ୍ସିନ ଦୁଇଟି ଟିକା ପ୍ରସ୍ତୁତ ହୋଇଛି । ଟିକାକରଣର ସଫଳତା ଭାରତକୁ ବିଶ୍ୱ ଦରବାରରେ ନିଜର ସାମର୍ଥ୍ୟର ପରିଚୟ ପ୍ରଦାନ କରିଛି । ପ୍ରଥମ ପର୍ଯ୍ୟାୟରେ ଟିକା ସମସ୍ତଙ୍କୁ ମାଗଣାରେ ପ୍ରଦାନ କରାଯିବ । ଟିକା ନେବା ସମୟରେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ସର୍ବପ୍ରଥମେ ଦେଶର ପ୍ରମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ଟିକା ନେବା ପରେ ମଧ୍ୟ ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।