ଲକ୍ଷ୍ୟ ଭେଦ କଲା ବ୍ରହ୍ମୋସ ମିସାଇଲ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍‌ କ୍ଷେପଣାସ୍ତ୍ର ଘାଟିରୁ ସଫଳ ହୋଇଛି ବ୍ରହ୍ମୋସ ମିସାଇଲ ପରୀକ୍ଷଣ । ସୂଚନା ଅନୁଯାୟୀ ଆଇଟିସିଏମ୍‌ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ ବ୍ରହ୍ମୋସ ମିସାଇଲ । ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ପର୍ଯ୍ୟନ୍ତ । ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହା ବାୟୁସେନାର ଶକ୍ତିକୁ ଅଧିକ ସୁଦୃଢ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ପରୀକ୍ଷଣ ହୋଇସାରିଥିବା ବ୍ରହ୍ମୋସ ମିସାଇଲ ତୁଳନାରେ ଏହା ଉନ୍ନତମାନର ବୋଲି ବିଶେଷଜ୍ଞମାନେ କହିଛନ୍ତି ।