ପରୀକ୍ଷା ପେ ଚର୍ଚ୍ଚା ୨୦୨୩ରେ ବହୁଳ ଅଂଶଗ୍ରହଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ପରୀକ୍ଷା ପେ ଚର୍ଚ୍ଚା ୨୦୨୩” ର ଷଷ୍ଠ ସଂସ୍କରଣରେ ଯୋଗଦେବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅନନ୍ୟ ମତ ବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚାର ପରିକଳ୍ପନା କରିଥିଲେ । ପରୀକ୍ଷା ଯୋଗୁଁ ହେଉଥିବା ଚାପରୁ ମୁକ୍ତ ଲାଭ କରି ଜୀବନକୁ ଏକ ଉତ୍ସବ ଭାବେ ପାଳନ କରିବା ପାଇଁ ଶିକ୍ଷକ, ଅଭିଭାବକ ଓ ବିଦ୍ୟାର୍ଥୀ ଦେଶ ଓ ଦେଶ ବାହାରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗତ ପାଞ୍ଚ ବର୍ଷ ଧରି ସଫଳତାର ସହ ଆୟୋଜିତ ହୋଇ ଆସୁଛି ।

ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ଏକ ଅନଲାଇନ ସୃଜନଶୀଳ ଲିଖିତ ପ୍ରତିଯୋଗିତା ଭିତ୍ତିରେ ଏଥିରେ ଅଂଶଗ୍ରହଣ କରିବାକୁ ବଛା ହେବେ ।

ଏଥିପାଇଁ https://innovateindia.mygov.in/ppc-2023/ପୋର୍ଟାଲ ନଭେମ୍ବର ୨୫ ତାରିଖଠାରୁ ପଞ୍ଜୀକରଣ ନିମନ୍ତେ ଖୋଲା ରହିଛି । ଏହା ଡିସେମ୍ବର ୩୦, ୨୦୨୨ ପର୍ଯ୍ୟନ୍ତ ଖୋଲା ରହିବ । ସେଥିପାଇଁ ବିଷୟବସ୍ତୁ ସମୂହ ନିମ୍ନରେ ପ୍ରଦତ୍ତ ହୋଇଛି ।

I. ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଷୟବସ୍ତୁ

୧. ତୁମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜାଣ

ତୁମ ରାଜ୍ୟ ବା ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନ କାହାଣୀ ସମ୍ପର୍କରେ ତୁମେ କ’ଣ ଶୁଣିଛ । ସେମାନଙ୍କ ଜୀବନ କାହାଣୀରୁ ତୁମେ କ’ଣ ପ୍ରେରଣା ପାଇଛ ? ତୁମେ ଦେଶର ସେବା କିପରି କରିବାକୁ ଚାହଁ ?

୨. ଆମ ସଂସ୍କୃତି ଆମର ଗର୍ବ

ଆପଣଙ୍କ ରାଜ୍ୟର ସଂସ୍କୃତିର ବିଶେଷତ୍ୱ କ’ଣ ? ସେହି ସଂସ୍କୃତିର କେଉଁ ସବୁ ଉପାଦାନ ଆପଣଙ୍କୁ ଦେଶ ପାଇଁ ଗର୍ବିତ କରେ ?

୩. ମୋ ବହି ମୋର ପ୍ରେରଣା

କେଉଁ ବହି ଆପଣଙ୍କୁ ବିଶେଷ ଭାବେ ଅନୁପ୍ରାଣୀତ କରେ ଓ କାହିଁକି ?

୪. ଭବିଷ୍ୟତ ପିଢି ପାଇଁ ପରିବେଶ ବଞ୍ଚାନ୍ତୁ

ନିରନ୍ତର ବିକାଶ ସମ୍ପର୍କରେ ଆପଣଙ୍କ ଧାରଣା କ’ଣ ? ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆମ ଭବିଷ୍ୟତ ପିଢି ପାଇଁ କ’ଣ ସବୁ ଆହ୍ୱାନ ଆପଣ ଆଶଙ୍କା କରନ୍ତି ? ଆମ ପରିବେଶ ସୁରକ୍ଷା ପାଇଁ ଆମେ କ’ଣ ସବୁ ପଦକ୍ଷେପ ନେଇପାରିବା ? ବିଦ୍ୟାର୍ଥୀଭାବେ ନିରନ୍ତର ବିକାଶ ନିମନ୍ତେ ଆପଣ କିପରି ଅବଦାନ ଦେଇପାରିବେ ?

୫.ମୋ ଜୀବନ, ମୋ ସ୍ୱାସ୍ଥ୍ୟ

ସୁସ୍ଥ ରହିବା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣ କ’ଣ କରିବେ ?

୬. ମୋର ଷ୍ଟାର୍ଟଅପ ସ୍ୱପ୍ନ

ଜୀବନରେ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକ ଭାବନାର ବିକାଶ ପାଇଁ ଆତ୍ମ ନିର୍ଭରଶୀଳ ହେବା ଓ ତା’ ସହ ଦେଶର ଅର୍ଥ ବ୍ୟବସ୍ଥା ପ୍ରତି ଅବଦାନ ଓ କର୍ମ ସଂସ୍କୃତି ହେଉଛି ବର୍ତ୍ତମାନର ଆବଶ୍ୟକତା । ନିଜର ଷ୍ଟାର୍ଟଅପ୍ ପାଇଁ ଆପଣଙ୍କର କ’ଣ ସ୍ୱପ୍ନ ରହିଛି ।

୭. ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକ, ବିଦ୍ୟା, ଗଣିତ (STEM) ଶିକ୍ଷା / ସୀମାହୀନ ଶିକ୍ଷା

NEP ୨୦୨୦ ଛାତ୍ରଛାତ୍ରୀଙ୍କୁ ବିଷୟ ବାଛିବା ନେଇ ନମନୀୟତା ପ୍ରଦାନ କରିଛି । ବିଦ୍ୟାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ବିଷୟ ବାଛି ପାରିବେ । ନିଜର ରାସ୍ତା ନିଜେ ବାଛିବେ ଓ ନିଜର ଇଚ୍ଛା ମୁତାବକ ପେଶା ଆପଣାଇବେ । ବିଜ୍ଞାନ ଓ ଗଣିତ ବ୍ୟତୀତ ମଧ୍ୟ ଅନ୍ୟ ପନ୍ଥା ରହିଛି । ଆପଣ ଏଥିନେଇ କ’ଣ ଭାବନ୍ତି ? ଏପରି ଅବସ୍ଥାନ୍ତର ସୁପାରିସ୍‌ରେ କ’ଣ ସବୁ ଆହ୍ୱାନ ରହିଛି ? କ’ଣ ଆପଣଙ୍କ ପ୍ରସ୍ତାବ ?

ବିଦ୍ୟାଳୟରେ ଶିଖିବା ପାଇଁ ଖେଳଣା ଓ ଖେଳ

ଖେଳଣା ଓ ଖେଳ ମଧ୍ୟ ଶିଖିବାର ମାଧ୍ୟମ ହୋଇପାରିବ । ମାଧ୍ୟମିକ ସ୍ତରରେ ଖେଳଣା ଓ ଖେଳ ମାଧ୍ୟମରେ ବିଦ୍ୟାର୍ଥୀମାନେ ଶିକ୍ଷାଲାଭ ନେଇ ଆପଣ ନିଜର ମତାମତ ଲେଖନ୍ତୁ ।

II. ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବିଷୟବସ୍ତୁ

୧. ଆମର ଐତିହ୍ୟ

ପିଲାମାନଙ୍କ ଶିକ୍ଷାର ସାମଗ୍ରିକ ବିକାଶ ନିମନ୍ତେ ‘ଭାରତୀୟ’ ପାରମ୍ପରିକ ଜ୍ଞାନ ଶିକ୍ଷାର ସାରମର୍ମ କ’ଣ ? ଆପଣଙ୍କ ବିଦ୍ୟାଳୟରେ ଏହି ଧାରଣାକୁ ସମନ୍ୱିତ କରି ଆପଣ କିପରି ଯୋଜନା କରିବେ ?

୨. ଶିକ୍ଷଣୀୟ ପରିବେଶ ସୃଷ୍ଟି

ଆପଣଙ୍କ ବିଦ୍ୟାର୍ଥୀମାନଙ୍କ ଭାବଗତ ଓ ମାନସିକ ସୁଧାର ସହ ଶ୍ରେଣୀ ଗୃହରେ ଏକ ସୁସ୍ଥ ଓ ଅନୁକୂଳ ବାତାବରଣ ସୃଷ୍ଟିକରିବାରେ ଜଣେ ଶିକ୍ଷକ ଭାବେ ଆପଣଙ୍କ ଭୂମିକା କ’ଣ ହେବା ଉଚିତ ? ସମସ୍ତ ବିଦ୍ୟାର୍ଥୀ ଯେପରି ଜ୍ଞାନ ଆହରଣ କରିବେ ସେଥିପାଇଁ ଆପଣ କାର୍ଯ୍ୟକ୍ରମ କିପରି ପରିଚାଳନା କରିବେ ? ପରସ୍ପର ମଧ୍ୟରେ ସମନ୍ୱୟ ରଖି ଶିକ୍ଷାଲାଭ ନେଇ ଆପଣଙ୍କ ଚିନ୍ତାଧାରା ଓ ମତ କ’ଣ ?

୩. କୁଶଳତା ଲାଭ ପାଇଁ ଶିକ୍ଷା

କୌଶଳ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଦେଶରେ କୌଶଳ ଶିକ୍ଷାପ୍ରବର୍ତ୍ତନ ପାଇଁ ସମଗ୍ର ଶିକ୍ଷା ପଦ୍ଧତିରେ ପରିବର୍ତ୍ତନର ଆବଶ୍ୟକତା ଥିବାବେଳେ, ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତ୍ତିଗତ ଶିକ୍ଷା ପ୍ରବର୍ତ୍ତନ ବର୍ତ୍ତମାନ ଆବଶ୍ୟକ ହୋଇପଡିଛି । ଅନେକ ବିଦ୍ୟାର୍ଥୀ ଶିକ୍ଷା /ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ ନ କରି ବରଂ ଜୀବନରେ ଅଗ୍ରସର ହେବା ପାଇଁ ଅନ୍ୟାନ୍ୟ ବାଟ ଖୋଜୁଛନ୍ତି । ଏହି ପରିପ୍ରେକ୍ଷୀରେ ଆପଣଙ୍କ ଚିନ୍ତାଧାରା କ’ଣ?

୪. କମ୍ ପାଠ୍ୟକ୍ରମ ବୋଝ ଓ ଭୟହୀନ ପରୀକ୍ଷା

ବିଦ୍ୟାର୍ଥୀମାନେ ପରୀକ୍ଷାମୂଳକ ଓ ପ୍ରକଳ୍ପ ଭିତ୍ତିକ ଶିକ୍ଷାଲାଭ କରିବେ । ସେମାନେ କ’ଣ ଶିଖିବେ ଓ କିପରି ଶିଖିବେ ତା’ ଉପରେ ଆତ୍ମବିଶ୍ୱାସ ଆସିଲେ ସେମାନଙ୍କ ପରୀକ୍ଷାଜନିତ ଭୟ ମଧ୍ୟ ହ୍ରାସ ପାଇବ ।

ଜଣେ ଶିକ୍ଷକ ହିସାବରେ ଏନ୍‌ଇପି-୨୦୨୦ ପରିପ୍ରେକ୍ଷୀରେ ଆପଣ ଏହାକୁ ତ୍ୱରାନ୍ୱିତ କରିବା ପାଇଁ କ’ଣ ପଦକ୍ଷେପ ନେବେ ?

୫. ଭବିଷ୍ୟତ ଶିକ୍ଷାର ଆହ୍ୱାନ

ଆପଣଙ୍କ ମତରେ ସାମ୍ପ୍ରତିକ ଶିକ୍ଷାର ଆହ୍ୱାନ ଗୁଡିକ କ’ଣ ? କିପରି ବିଦ୍ୟାଳୟ, ଶିକ୍ଷକ ଓ ଅଭିଭାବକ ପରିବର୍ତ୍ତନ ସହିତ ପିଲାମାନଙ୍କୁ ଖାପ ଖୁଆଇବା ପାଇଁ ଚେଷ୍ଟା କରିବା ଉଚିତ ?

III. ମାତା ପିତାଙ୍କ ପାଇଁ ବିଷୟ ବସ୍ତୁ

୧. ମୋ ପିଲା, ମୋ ଶିକ୍ଷକ

ଏମିତି କି କି ଆମୋଦ ଦାୟକ କଥା ଅଛି ଯେ ଆପଣଙ୍କ ପିଲା ଆପଣଙ୍କୁ ଶିକ୍ଷା ଦେଇଛି ? ଆପଣ ଏଥିରୁ କ’ଣ ଶିଖି ଉପଯୋଗ ମଧ୍ୟ କରିଛନ୍ତି ? ଆମ ପିଲାମାନଙ୍କ ଖୁସିର ଉପଯୋଗ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ?

୨. ପୌଢ ଶିକ୍ଷା-ପ୍ରତ୍ୟେକଙ୍କୁ ସାକ୍ଷର କରିବା

ଆପଣଙ୍କ ଦୃଷ୍ଟିରେ ପୌଢ ଶିକ୍ଷା କ’ଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା କିପରି ଦେଶକୁ ସଶକ୍ତ କରିବ? ପିଲାମାନେ କିପରି ବୟସ୍କମାନଙ୍କୁ ଆଧୁନିକ ସମସ୍ୟା ଅବଗତ ହେବାରେ ସାହାଯ୍ୟ କରିବେ ।

୩. ଶିଖିବା ଓ ଏକାଠି ଆଗକୁ ବଢିବା

ପିଲା ବିଦ୍ୟାଳୟରେ ଆହରଣ କରିବା ଜ୍ଞାନ ନେଇ ପିଲାଙ୍କୁ ଘରେ ଆପଣ କିପରି ଆଦର କରିବେ ? ଆପଣଙ୍କ ପିଲାର ସୁସ୍ଥ ବାତାବରଣ ଶିକ୍ଷା ନେଇ ଆପଣ ଏକ ସୃଜନାତ୍ମକ ଟିପ୍ପଣୀ ଲେଖନ୍ତୁ ।

ପ୍ରତିଯୋଗିତା ଭିତ୍ତିରେ ବଛାଯାଇଥିବା ପ୍ରାୟ ୨୦୫୦ ଛାତ୍ରଛାତ୍ରୀ, ଶିକ୍ଷକ- ଶିକ୍ଷୟିତ୍ରୀ ଓ ମାତାପିତାଙ୍କୁ ଏନସିଇଆରଟି ନିର୍ଦ୍ଦେଶକଙ୍କ ପକ୍ଷରୁ ପିପିପି କିଟ୍‌ସ ଓ ପ୍ରଶଂସା ପ୍ରମାଣପତ୍ର ଉପହାର ସ୍ୱରୂପ ପ୍ରଦାନ କରାଯିବାର ସମ୍ଭାବନା ରହିଛି ।