ସିରିଜ଼ ଦୁର୍ଘଟଣା : ୫ଟି ବାଇକ୍‌କୁ ପିଟି ଓଲଟି ପଡ଼ିଲା ସ୍କର୍ପିଓ

ଏକ ସ୍କର୍ପିଓ ୫ଟି ବାଇକ୍‌କୁ….

ବୌଦ୍ଧ: ବୌଦ୍ଧ ଜିଲ୍ଲା ବହିରା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ୫ଟି ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛି। ଏହା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ଆଜି ସକାଳେ ଏକ ସ୍କର୍ପିଓ ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବହିରା ଛକଟାରେ ସ୍କର୍ପିଓଟି ଆଗରେ ଯାଉଥିବା ୫ଟି ବାଇକ୍‌କୁ ଗୋଟାଏ ପରେ ଗୋଟାଏ ପିଟି ଚାଲିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍‌ଗୁଡ଼ିକ ରାସ୍ତାର ବିଭିନ୍ନ ସ୍ଥାନରେ ଛିନଛତ୍ର ହୋଇ ପଡ଼ିଥିବା ବେଳେ ଚାଳକମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇ ସ୍କର୍ପିଓଟି ରାସ୍ତାରେ ଓଲଟି ପଡ଼ିଥିଲା। ସ୍କର୍ପିଓ ଚାଳକଙ୍କୁ ପୁଲିସ୍‌ ଅଟକ ରଖିଛି।