ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ବୌଦ୍ଧ : ପିକ୍‌ ଅପ-ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଖଇରମାଳ ଛକ ନିକଟରେ ଘଟି଼ିଛି । ମୃତକମାନେ ହେଲେ ଶଗଡା ପଞ୍ଚାୟତର ଝଗଡୁ ଗାଡିଆ ଗ୍ରାମର ହୀର ବଗର୍ତ୍ତି ଓ କିଶୋର ଭୁକ୍ତା ।

ସୁଚନା ଅନୁଯାୟୀ ଉଭୟ କୌଣସି କାମ ସାରି ନିଜ ଘରକୁ ଫେରୁଥିବା ବେଳେ ଏକ ପିକଅପ୍‌ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ଖଇରମାଳ ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ପିକଅପ୍‌ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବାବେଳେ ମନମୁଣ୍ଡା ପୋଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି ।