ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟିଲେ ଦୁର୍ବୃତ୍ତ

ଢେଙ୍କାନାଳ : ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ ସହ ଟଙ୍କା ସୁନା ଓ କମ୍ପ୍ୟୁଟର ହାର୍ଡଡିସ୍କ ଆଦି ଲୁଟିନେଇଛନ୍ତି । ଏହି ଘଟଣା ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି । ଏହି ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଓ ସୁନା ଗହଣା ମିଶି ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ ନେଇଛନ୍ତି ୪ ଜଣ ଲୁଟେରା । ଏହି ସମସ୍ତ ଲୁଟେରା ମୁଖା ପିନ୍ଧିବା ସହ ବନ୍ଧୁକ ଏବଂ ଛୁରୀ ଧରି ବ୍ୟାଙ୍କର କ୍ୟସିୟର ଏବଂ ଫିଲ୍ଡ ଅଫିସରଙ୍କୁ ଭୟଭୀତ କରାଇ ଲୁଟଥିଲେ । ସେହିପରି ସମସ୍ତ କର୍ମଚାରୀମାନଙ୍କୁ ଏକ କୋଠରୀରେ ବନ୍ଦୀ କରି କମ୍ପ୍ୟୁଟର ହାର୍ଡ ଡିସ୍କ ନେଇ ଯାଇଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର ତଦନ୍ତ ଚଳାଇଛି