ଝାରସୁଗୁଡ଼ାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ାବାସୀଙ୍କୁ ଆଜି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ଜିଲ୍ଲାର ୧.୧୬ ଲକ୍ଷ ଲୋକଙ୍କୁ ବିଏସକେୟାଇ ସ୍ମାର୍ଟ କାର୍ଡ ବଣ୍ଟାଯିବ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଝାରସୁଗୁଡ଼ାବାସୀଙ୍କୁ ସେ ୩୧୨ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ୧୪୪ କୋଟି ଟଙ୍କାର ପ୍ରକଳ୍ପର ଭର୍ଚୁଆଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ୧୬୮ କୋଟି ଟଙ୍କାର ନୂଆ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ବ୍ରଜରାଜନଗର ବିଧାୟକ ଉପସ୍ଥିତ ରହିଥିଲେ ।
ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ଯେ, ‘ଝାରସୁଗୁଡା ବିକାଶର ଧାରାରେ ସାମିଲ ହୋଇ ଆଗେଇ ଚାଲିଛି । ଝାରସୁଗୁଡାରେ ୬୧୮ କୋଟିର ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି । ୨୦୨୨ ସୁଦ୍ଧା ସବୁ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯିବ । ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପରେ ବହୁ ଜମି ଜଳସେଚିତ ହୋଇଛି । ଆଉ ୪ଟି ମେଗା ଜଳସେଚନ ପ୍ରକଳ୍ପ କାମ ବି ଚାଲିଛି । ଝାରସୁଗୁଡାରେ ୧୦୦ ଶର୍ଯ୍ୟା କାର୍ଡିଓ କେୟାର ହସ୍ପିଟାଲ କାମ ଚାଲିଛି । ୧୦୦ କୋଟିରୁ ଅଧିକ ଟଙ୍କାର ଏହି ହସ୍ପିଟାଲ କାମ ଶୀଘ୍ର ସରିବ ।’