“ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା” କ’ଣ ରହିଛି ମହତ୍ୱ

ଗୁରୁ ପୂର୍ଣ୍ଣିମା ୨୦୨୩

Guru Purnima 2023

ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁରୁଙ୍କୁ ଭଗବାନଙ୍କ ଅପେକ୍ଷା ଏକ ଉଚ୍ଚ ମାନ୍ୟତା ଦିଆଯାଇଛି। ଗୁରୁ ଜ୍ଞାନ ଦିଅନ୍ତି ଏବଂ ଜୀବନର ସଠିକ୍ ଦିଗ ଦେଖାନ୍ତି । ପ୍ରତ୍ୟେକ ବର୍ଷ ଗୁରୁଙ୍କ ଗୌରବ ଏବଂ ମହତ୍ତ୍ୱ ବିସ୍ତାର କରିବା ପାଇଁ ଆଶାଢ ମାସର ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ।

‘ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ। ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି। ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ଗୁରୁ ଅର୍ଥରେ ସେ ମହାମହିମ। ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି।

ପୌରାଣିକ ଗ୍ରନ୍ଥ ଅନୁଯାୟୀ, ଗୁରୁ ପୂର୍ଣ୍ଣିମା। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ବେଦ ପରି ବୃହତ୍ ଗ୍ରନ୍ଥକୁ ସେ ଋକବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ଏହିପରି ଚାରୋଟି ଭାଗ (ବ୍ୟାସ) କରିଥିବାରୁ ତାଙ୍କୁ ବେଦବ୍ୟାସ ରୂପେ ନାମିତ କରାଯାଇଛି। ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ। ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି। ଏହି ଦିନ ମହର୍ଷି ବେଦବ୍ୟାସ ଜନ୍ମ ହୋଇଥିଲେ।

ଏହି ପର୍ବ ବ୍ୟାସ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା। ଏହି ବର୍ଷ ଗୁରୁ ପୂର୍ଣ୍ଣିମା ୦୩ ଜୁଲାଇ ୨୦୨୩ ରେ ପାଳନ କରାଯାଇ ଗୁରୁ ପୂର୍ଣ୍ଣିମାଙ୍କ ବିଶେଷ ଅବସରରେ, ତୁମର ପ୍ରିୟ ଶିକ୍ଷକମାନଙ୍କୁ କୃତଙଜ୍ଞତା ଏବଂ ସେମାନଙ୍କ ଆଶୀର୍ବାଦ ଖୋଜାଯାଏ । ଏହି ବିଶେଷ ବାର୍ତ୍ତା ପଠାଇ ଗୁରୁ ପୂର୍ଣ୍ଣିମା ପାଳନରହେ।