ପ୍ରତି ଭୋଟର ଦେଶର ଶାସକ

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦରମାଖିଆ ହଳିଆ

ଇଂରେଜ ଶାସକମାନଙ୍କ ହାତରୁ ଭାରତକୁ ସ୍ୱାଧିନ କରିବା ପରେପରେ ଭାରତର ନାଗରିକମାନଙ୍କୁ ଗଣତନ୍ତ୍ର ପାଠ ପଢ଼ାଇବାର ଦାୟିତ୍ୱ ଯୋଉମାନଙ୍କର ଥିଲା । ସେମାନଙ୍କର ଚଉକି ଉପଭୋଗ ଲୋଭ ନିକଟରେ ତକ୍ରାଳୀନ ୩୫ କୋଟି ଜନତା ମାମୁଲି ହୋଇଗଲେ ।

ଆଜିର ଭାରତରେ ଶିକ୍ଷିତ ଭୋଟରଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି । ତଥାପି ଗଣତନ୍ତ୍ର ଶାସନର ଗହନ ପାଠ ସେମାନଙ୍କ ନିକଟରେ ଅବୁଝା ହୋଇ ରହିଯାଇଛି । ତେଣୁ ନିର୍ବାଚନ ପ୍ରକ୍ରିୟା ସେମାନଙ୍କ ପାଇଁ ଅଲୋଡା ହୋଇଯାଇଛି । ୧୯୫୧ ଲୋକସଭା ନିର୍ବାଚନରେ ୩୫% ମତଦାତା ମତଦାନରୁ ବିରତ ରହିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ୩୫% ମତଦାତା ମତଦାନ କରି ନଥିଲେ ।

୧୯୫୧ ମସିହାରେ ଦେଶରେ ଶିକ୍ଷିତଙ୍କ ସଂଖ୍ୟା ଓ ୨୦୧୯ ମସିହାରେ ଶିକ୍ଷିତଙ୍କ ସଂଖ୍ୟା କ’ଣ ସମାନ? ତଥାପି ମତଦାନ କରି ନଥିବା ଭୋଟରଙ୍କ ହାର ୩୫% । ଭାରତର ଭୋଟରମାନେ ସେମାନଙ୍କ ମତଦାନର ଅମାପ ଶକ୍ତିକୁ ଚିହ୍ନି ପାରିନାହାନ୍ତି ।

କ୍ଷମତାସୀନ ରାଜନେତା ଓ ଲୋକସେବକମାନେ ଭଲ ଭାବରେ ଜାଣିଛନ୍ତି । ଯୋଉଦିନ ରାଜ୍ୟର ସାଢେ଼ ଚାରିକୋଟି ଜନତା ସେମାନଙ୍କ ଟିପର ଶକ୍ତି ସଂପର୍କରେ ଜାଣିଯିବେ । ସେଦିନ ସରକାରୀ ଚାକିରି କରିବା ପାଇଁ କେହି ସାହସ କରିବେନି । ସେଦିନ ବିଧାୟକ ଅବା ସାଂସଦ ହେବା ପାଇଁ କେହି ସାହସ କରିବେନି ।

ମୋର ପ୍ରତିଟି ଭିଡିଓ ଆପଣ ଦେଖିବାକୁ ଭୁଲିବେନି । ଦେଖିବେ, ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା କମିଯିବ । ଯେତେବଡ଼ ଶକ୍ତିଶାଳୀ ରାଜନୈତିକ ଦଳ ହେଲେ ମଧ୍ୟ ଆପଣଙ୍କ ସାମ୍ନାରେ ଆଣ୍ଠେଇବାକୁ ବାଧ୍ୟ ହେବେ । ତହିଁ କି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ ।