୪ ଅଭିନେତ୍ରୀଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ବା ଏନ୍‌ସିବି ୪ଅଭିନେତ୍ରୀଙ୍କୁ ସମନ ପଠାଇଛି । ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା ସନ୍ଦେହରେ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲପ୍ରୀତ ସିଂଙ୍କୁ ସମନ ପଠାଇଛି। ଆସନ୍ତା ତିନି ଦିନ ମଧ୍ୟରେ ସେମାନଙ୍କୁ ହାଜର ହେବାକୁ ସମନରେ କୁହାଯାଇଛି।

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ଼ରେ ଡ୍ରଗ୍ସ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ସଂଯୋଗକୁ ନେଇ ତଦନ୍ତ‌ ଜୋରଦାର ଚାଲିଛି । ଆଉ ଏହି ତଦନ୍ତ‌ ପ୍ରକ୍ରିୟାରେ ହିଁ ଉଚ୍ଚ-ପ୍ରୋଫାଇଲ୍ ନାମଗୁଡ଼ିକ ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟାଙ୍କୁ ଜେରା ହେବା ପରେ ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି। ଅଭିନେତ୍ରୀ ରିୟାଙ୍କ ମୋବାଇଲ୍‌ ଚାଟ୍‌ ଆଧାରରେ ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିଥିଲା। ତଦନ୍ତକାରୀମ‌ାନେ ଦୀପିକାଙ୍କ ମ୍ୟାନେଜରଙ୍କ ଫୋନ୍‌ରୁ ମଧ୍ୟ ଏପରି କିଛି ହ୍ବାଟ୍‌ସଆପ୍‌ ଚାଟ ପାଇଥିଲେ ‌ଯେଉଁଥିରେ ‘ଡି’ ଓ ‘କେ’ଙ୍କ ମଧ୍ୟରେ ଡ୍ରଗ୍ସ କାରବାରକୁ ନେଇ ହୋଇଥିବା କଥୋପକଥନ ଦେଖିବାକୁ ମିିଳିଥିଲା।

ଏଠାରେ ପ୍ରକାଶଥାଉ କି , ମୁମ୍ବାଇରେ ୫୯ ଗ୍ରାମର ଗଞ୍ଜେଇ ଜବତ ହେବା ପରେ ଏହି ସାମଗ୍ରୀ ଅଭିନେତ୍ରୀ ରିୟାଙ୍କ ନାମରେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଥିଲା। ଏହି ଆଧାରରେ ରିୟାଙ୍କୁ ଗିରଫ କରାଯାଇଥିଲା। ଯାହା ଫଳରେ ରିୟା ତାଙ୍କ ପ୍ରେମିକ ତଥା ମୃତ ଅଭିନେତା ସୁଶାନ୍ତଙ୍କ ସହ ମିଶି ଡ୍ରଗ୍ସ କାରବାର କରୁଥିଲେ ବୋଲି ସନ୍ଦେହ କରାଗଲା।