ବିଶ୍ବ ସଂସ୍କୃତ ଦିବସ

ବିଶ୍ୱର ସବୁଠୁ ପୁରାତନ ଭାଷା ସଂସ୍କୃତ। ବେଦଠାରୁ ଆରମ୍ଭ କରି ପୁରାଣ ଉପନିଷଦ ଆଦି ସଂସ୍କୃତ ଭାଷାରେ ରଚିତ। ୧୯୬୯ ମସିହାରେ ଭାରତ ସରକାର ସଂସ୍କୃତ ଦିବସ ପାଳନର ନିଷ୍ପତ୍ତି। ଯାହା ସଂସ୍କୃତର ସାଂସ୍କୃତିକ ବିଶେଷତ୍ବ ତଥା ଏହାର ଗୁରୁତ୍ବ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ପ୍ରତି ବର୍ଷ ଶ୍ରାବଣ ପୂର୍ଣ୍ଣିମା‌ ଦିନ ପାଳିତ ହୋଇଥାଏ।

ଆମ ପ୍ରାଚୀନ ସଂସ୍କୃତିରେ ବିଦ୍ୟାରମ୍ଭର ସମୟ ଭାବେ ବିବେଚିତ। ସଂସ୍କୃତ ପଣ୍ଡିତମାନଙ୍କ ମତରେ ସଂସ୍କୃୃତକୁ ସବୁ ଭାଷାର ଜନନୀ କୁହାଯିବା ପଛର କାରଣ ହେଉଛି ଏହାର ବ୍ୟାକରଣଗତ ବିଶାଳତା, ସମୃଦ୍ଧ ଶବ୍ଦ ଭଣ୍ଡାର ଏବଂ ଏହାର ଐତହାସିକ ଓ ସାଂସ୍କୃତିକ ମହତ୍ତ୍ବ। ଭାଷାବିଜ୍ଞାନ, ଦର୍ଶନଶାସ୍ତ୍ର ଓ ବିଜ୍ଞାନ ଆଦି କ୍ଷେତ୍ର ସଂସ୍କୃତର ବିଭିନ୍ନ ବିଭବ ଦ୍ବାରା ପ୍ରଭାବିତ।

ସଂସ୍କୃତ ବ୍ୟକ୍ତିର ବୌଦ୍ଧିକ ବିକାଶକୁ ତ୍ବରାନ୍ବିତ କରେ ଏବଂ ତା’ ମାଧ୍ୟମରେ ସାଂସ୍କୃତିକ ସମ୍ବେଦନା ସୃଷ୍ଟି କରି ବ୍ୟକ୍ତିତ୍ବର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହୋଇଥାଏ।