୩୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ

ଭୁବନେଶ୍ବର(ଏସ୍ ନ୍ୟୁଜ): ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୮୬ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୧୫୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୪ ହଜାର ପାର କରିଛି। ଏଥିସହ ପୁଣି ରାଜ୍ୟରେ ୮ ଜୀବନ ନେଇଛି ମହାମାରୀ କରୋନା।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଜଣ, ବରଗଡ଼ରୁ ୩୯୬ ଜଣ, କଟକରୁ ୩୨୨ଜଣ, ଯାଜପୁରରୁ ୨୫୨, ଝାରସୁଗୁଡାରୁ ୧୯୨ ଜଣ, ମୟୂରଭଞ୍ଜରୁ ୧୪୨ ଜଣ, ବାଲେଶ୍ବରରୁ ୧୨୦ ଜଣ, ପୁରୀରୁ ୧୧୭ ଜଣ, ଗଞ୍ଜାମରୁ ୧୦୮ ଜଣ, ଭଦ୍ରକରୁ ୧୦୭ ଜଣ, ସୋନପୁରରୁ ୧୦୭ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, ରାୟଗଡ଼ାରୁ ୧୦୧ ଜଣ, ନୂଆପଡ଼ାରୁ ୯୩ ଜଣ,କେନ୍ଦୁଝର ଓ କୋରାପୁଟ ଜିଲ୍ଲାରୁ ୮୪ ଜଣ ଲେଖାଏଁ, ସମ୍ବଲପୁରରୁ ୮୩ ଜଣ, ନବରଙ୍ଗପୁରରୁ ୭୮ ଜଣ, ଅନୁଗୁଳରୁ ୭୩ ଜଣ, ଜଗତସିଂହପୁରରୁ ୬୭ ଜଣ, ନୟାଗଡ଼ରୁ ୬୨ ଜଣ, କଳାହାଣ୍ଡିରୁ ୫୭ ଜଣ, ଢ଼େଙ୍କାନାଳରୁ ୫୧ ଜଣ,କନ୍ଧମାଳରୁ ୪୫ ଜଣ, ବଲାଙ୍ଗୀରରୁ ୪୩ ଜଣ, ସୁନ୍ଦରଗଡ଼ରୁ ୩୪ ଜଣ, ବୌଦ୍ଧରୁ ୨୯ ଜଣ, ଗଜପତିରୁ ୨୦ ଜଣ, ଦେବଗଡ଼ରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୨୯,୬୫୮ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩ ହଜାର ୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଯୋଗୁଁ ୫୪୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।